Home » Blogs

14 Odia books re-released under Creative Commons license

Saturday, 26 April 2014 - 5:43pm IST | Agency: DNA

By Subhashish Panigrahi. Cross-posted from Wikimedia Foundation blog.

Odisha became a separate state in British India on April 1, 1936. Odia, a 2,500 year old language recently gained the status of an Indian classical language. The Odia Wikimedia community celebrated these two occasions on March 29 in Bhubaneswar with a gathering of 70 people. Linguists, scholars and journalists discussed the state of the Odia language in the digital era, initiatives for its development and steps that can be taken to increase accessibility to books and other educational resources. 14 copyrighted books have been re-licensed under the Creative Commons license and the digitization project on Odia WikiSource was formally initiated by an indigenous educational institute, the Kalinga Institute of Social Sciences (KISS). Professor Udayanath Sahu from Utkal University, The Odisha Review’s editor Dr. Lenin Mohanty, Odisha Bhaskar’s editor Pradosh Pattnaik, Odia language researcher Subrat Prusty, Dr. Madan Mohan Sahu, Allhadmohini Mohanty, Chairman Manik-Biswanath Smrutinyasa and trust’s secretary Brajamohan Patnaik along with senior members Sarojkanta Choudhury and Shisira Ranjan Dash spoke at the event.

 Group photo of Odia wikimedians participating in the advanced Wikimedia workshop at KIIT University.

Eleven books from Odia writer Dr. Jagannath Mohanty were re-released under Creative Commons Share-Alike (CC-BY-SA 3.0) license by the “Manik-Biswanath Smrutinyasa” trust,  a trust founded by Dr. Mohanty for the development of the Odia language. Allhadmohini Mohanty formally gave written permission to Odia Wikimedia to release and digitize these books.

The community will be training students and a group of six faculty members at KISS who will coordinate the digitization of these books. “Collaborative efforts and open access to knowledge repositories will enrich our language and culture,” said linguist Padmashree Dr. Debiprasanna Pattanayak as he inagurated the event. Dr. Pattanayak and Odia language researcher Subrat Prusty from the Institute of Odia Studies and Research also re-licensed three books (Two Odia books; “Bhasa O Jatiyata“, “Jati, Jagruti O Pragati” and an English book “Classical Odia”) based on their research on Odia language and cultural influence of the language on other societies under the same license. KISS is going to digitize some of these books and make them available on Odia Wikisource.

 

An OpenType Odia Unicode font, “Odia OT Jagannatha” designed by Sujata Patel from Odialanguage.com was released under the OFL license. This is the first Odia OpenType font that the community actively tested. A new Odia offline input tool called “TypeOdia” by Wikipedian Manoj Sahukar was also released for public distribution. DVDs containing the font, the input tool, Odia language dictionaries, offline Odia Wikipedia in Kiwix, Wikipedia editing guide, ISCII to Unicode font converter, various free and open source software packages and Ubuntu operating system.

Active Odia Wikipedian and Admin Mrutyunjaya Kar gave the inaugural speech. Subhashish Panigrahi from the Center for Internet and Society read the annual report and vision of Odia Wikipedia. Chief guest Dr. Debiprasanna Pattanayak discussed about the efforts put forth that brought the Odia language as the sixth Indian classical language. A large majority of Odia publications are not available on the internet and readers are devoid of easy accessibility. He further discussed the process of digitization for preserving valuable books that are out of print and the old palm leaf manuscripts. Professor Udayanath Sahu presented on the process, progress and implementation of machine translation project in Utkal University.

Odia wikipedian mrutyunjaya kar and ansuman giri on 30the march 2014.jpgAdvanced Wikimedia workshop at KIIT University.

Experienced Wikimedians conducted an advanced Wikipedia workshop on the second day of event at KIIT University, Bhubaneswar. It was attended by a majority of the existing Wikimedians from the community including new Wikipedians who signed up for the Odia Wikipedia Education Program at the Indian Institute of Mass Communication, Dhenkanal. Mrutyunjaya Kar presented on WikiData and various tools for linking and accessing information in multiple languages on various Wikimedia projects. Ansuman Giri discussed advanced technical aspects such as the use of various gadgets, proper categorization, how to use subpages, how to auto-list archive pages, customizing WikiLove feature, user rights modification, including how important it is to cite biographies of living persons with secondary sources, etc. Shitikantha Dash discussed copyright and issues regarding uploading images and other media files on Wikimedia Commons. Dr. Subas Chandra Rout presented on “notability, referencing and creating citations for the notable topics.”  Subhashish Panigrahi discussed the work plan for the year, failure of program projects, collective learning and the dos and don’ts of community building.

 
 
We hope that more authors will come forward and re-release their books under CC-BY-SA license. The Odia community is excited to see or.wikisource.org go live. A few Wikipedians are even interested in typing their favorite free licensed books to make them available on Wikisource. I believe it’ll be challenging to train the KISS students to type and proof-read the written texts. In the CISA2K’s draft plan, the goal to have the number of editors seems overestimated. The students need to have some knowledge about Wikimedia and how it works in general before they start working. We hope that the books will be digitized properly and in coming days more users will join us in the process as we will have more free books in Odia Wikisource. I appeal to the Odia people to be a part of the Odia Wikimedia community and make Odia Wikisource a successful project, we need all the time you can devote. :-)

Ansuman Giri, Odia Wikipedian

 

Subhashish Panigrahi, Odia Wikipedian

Odia

ଓଡ଼ିଶା ଦିବସ ୨୦୧୪: କ୍ରିଏଟିଭ କମନ୍ସ ଲାଇସେନ୍ସରେ ୧୪ ଖଣ୍ଡ ବହିର ବିତରଣ, ଉଇକିପାଠାଗାର ପାଇଁ କାମ ଆରମ୍ଭ

୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଇଂରେଜ ଅଧିକୃତ ଭାରତବର୍ଷରେ ଓଡ଼ିଶା, ଭାଷା ଭିତ୍ତିରେ ଏକ ସ୍ଵତନ୍ତ୍ରରାଜ୍ୟ ଭାବେ ଜନ୍ମଲାଭ କଲା ପରେ ପରେ ୨୫୦୦ ବର୍ଷର ସମୃଦ୍ଧ ଇତିହାସ ଓ ପ୍ରମାଣକୁ ଭିତ୍ତି କରି ଏହିବର୍ଷ ଫେବୃଆରୀ ମାସ ୨୦ ତାରିଖ ଅନ୍ତର୍ଜାତିକ ମାତୃଭାଷା ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଆ ଭାଷା “ଶାସ୍ତ୍ରୀୟ” ମାନ୍ୟତା ଭାବେ ଓଡ଼ିଆ ସ୍ଵୀକୃତ ହେଲା । ଏହାକୁ ପାଳନ କରିବା ପାଇଁ ଓଡ଼ିଆ ଉଇକିମିଡ଼ିଆ ମାର୍ଚ୍ଚ ୨୯ ୨୦୧୪ରେ “ଓଡିଶା ଦିବସ” ସମାରୋହର ଆୟୋଜନ କରାଯାଇଥିଲା । ପ୍ରାୟ ୭୦ ଜଣ ବ୍ୟକ୍ତି ଏଥିରେ ଯୋଗଦେଇ ଓଡ଼ିଆ ଭାଷା ସମ୍ବନ୍ଧିତ ଆଲୋଚନାରେ ଭାଗ ନେଇଥିଲେ । ଅନେକ ଜଣାଶୁଣା ଭାଷାବିଦ, ସାମ୍ବାଦିକ ଓ ଗବେଷକଗଣ ଏଥିରେ ଯୋଗଦାନ କରି ଡିଜିଟାଲ ମାଧ୍ୟମରେ ଓଡ଼ିଆ ଭାଷାର ସ୍ଥିତି, ପ୍ରଗତି ଓ ଆଗକୁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରିବା ସହିତ ଅଧିକରୁ ଅଧିକ ଓଡ଼ିଆ ବହି କିଭଳି ଡିଜିଟାଲ ମାଧ୍ୟମରେ ବିଶ୍ଵର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ମାନଙ୍କ ପାଖରେ ପହଞ୍ଚିପାରିବ ସେ ଉପରେ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଉଇକିପାଠାଗାର ଡିଜିଟାଇଜେସନ ପ୍ରକଳ୍ପର ଶୁଭାରମ୍ଭ କରି କ୍ରିଏଟିଭ କମନ ଲାଇସେନ୍ସ ନିୟମ ଅଧୀନରେ ୧୪ଟି ବହି ବିତରଣ କରଯାଇଥିଲା । ଏହି ପ୍ରକଳ୍ପକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ଔପଚାରିକ ଭାବେ ଆରମ୍ଭ କରୁଛି । ଓଡିଆ ଉଇକିମିଡିଆ ଦ୍ଵାରା ଏକ ଡିଭିଡି ମଧ୍ୟ ଉନ୍ମୋଚିତ ହେଇଥିଲା । ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ. ଉଦୟ ନାଥ ସାହୁ, ମାସିକ ଇଂରାଜୀ ପତ୍ରିକା ଓଡିଶାରିଭ୍ୟୁର ସମ୍ପାଦକ ଡ. ଲେନିନ ମହାନ୍ତି, ଓଡ଼ିଶା ଭାସ୍କରର ସମ୍ପାଦକ ପ୍ରଦୋଶ ପଟ୍ଟନାୟକ, ଓଡ଼ିଆ ଭାଷା ଗବେଷକ ସୁବ୍ରତ ପୃଷ୍ଟି, କିସ ଅନୁଷ୍ଠାନରୁ ଡ. ମଦନ ମୋହନ ସାହୁ, ମାଣିକ-ବିଶ୍ଵନାଥ ସ୍ମୃତିନ୍ୟାସର ସଭାପତି ଶ୍ରୀମତୀ ଆହ୍ଲାଦମୋହିନୀ ମହାନ୍ତି, ସଭାପତି ଶ୍ରୀ ବ୍ରଜମୋହନ ପଟ୍ଟନାୟକ ଓ ଅନ୍ୟ ବୟୋଜ୍ୟେଷ୍ଠ ସଦସ୍ୟ ସରୋଜକାନ୍ତ ଚୌଧୁରୀ ଓ ଶିଶିରରଞ୍ଜନ ଦାଶ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ ।

 

କିଟ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ଉଚ୍ଚତର ଓଡ଼ିଆ ଉଇକିପିଡ଼ିଆ କର୍ମଶାଳାରେ ଭାଗନେଇଥିବା ଓଡ଼ିଆ ଉଇକିଆଳିଗଣ

ଓଡିଆ ଲେଖକ ଡ. ଜଗନ୍ନାଥ ମହାନ୍ତିଙ୍କର ୧୧ଟି ପୁସ୍ତକ କ୍ରିଏଟିଭ କମନ୍ସ ସେୟାର ଏଲାଇକ (CC-BY-SA 3.0)ର ଆଧାରରେ ଲେଖକଙ୍କ ଦ୍ଵାରା ପ୍ରତିଷ୍ଠିତ ଅନୁଷ୍ଠାନ “ମାଣିକ-ବିଶ୍ଵନାଥ ସ୍ମୃତିନ୍ୟାସ” ଦ୍ଵାରା ଓଡ଼ିଆ ଭାଷାର ବିକାଶ ନିମନ୍ତେ ପୁନଃ-ଉନ୍ମୋଚିତ ହେଇଥିଲା । ସ୍ୱାତ୍ୱାଧିକାରିଣୀ ଆହ୍ଲାଦମୋହିନୀ ମହାନ୍ତିଙ୍କ ଲିଖିତ ଅନୁମତିକ୍ରମେ ଓଡ଼ିଆ ଉଇକିମିଡ଼ିଆ ବହିଗୁଡ଼ିକର ଡିଜିଟାଇଜେସନର ଭାର ହାତକୁ ନେଲା । ଓଡ଼ିଆ ଉଇକିମିଡ଼ିଆ କିସ ଅନୁଷ୍ଠାନର ୬ ଜଣ ଶିକ୍ଷକ ଓ କିଛି ଛାତ୍ରଙ୍କୁ ଡିଜିଟାଇଜେସନ ସମ୍ବନ୍ଧରେ ପୂର୍ଣ୍ଣ ସହଯୋଗ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେବ । “ସାମୁହିକ ପ୍ରୟାସ ଓ ଜ୍ଞାନର ଅବାଧ ଉପଯୋଗ ଆମର ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ସାହାଯ୍ୟ କରିବେ ବୋଲି ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଅବସରରେ ନିଜର ମତପ୍ରକାଶ କରି କହିଥିଲେ । ଓଡ଼ିଆ ଭାଷା ଗବେଷଣା ପ୍ରତିଷ୍ଠାନ ତରଫରୁ ଓଡ଼ିଆ ଭାଷା ଓ ସାଂସ୍କୃତିକ ଭିତ୍ତିଭୂମିର ପ୍ରଭାବ ଉପରେ ଗବେଷଣା ସମ୍ବଳିତ ତଥ୍ୟକୁ ନେଇ ଡ. ପଟ୍ଟନାୟକ ଓ ଓଡ଼ିଆ ଭାଷା ଗବେଷକ ଶ୍ରୀ ସୁବ୍ରତ ପୃଷ୍ଟିଙ୍କ ରଚିତ ୩ଟି ଗବେଷଣା ପୁସ୍ତକ (ଓଡ଼ିଆ ବହି “ଭାଷା ଓ ଜାତୀୟତା” ଓ “ଜାତି, ଜାଗୃତି ଓ ପ୍ରଗତି” ଏବଂ ଇଂରାଜୀ ବହି “କ୍ଲାସିକାଲ ଓଡ଼ିଆ”) କ୍ରିଏଟିଭ କମନ୍ସ ଲାଇସେନ୍ସରେ ବିତରଣ କରିଥିଲେ । “କିସ” ଅନୁଷ୍ଠାନ ଏଥିମଧ୍ୟରୁ କିଛି ବହି ଡିଜିଟାଇଜ କରିବାକୁ ଯାଉଛି ଯାହାକି ପରେ ଓଡ଼ିଆ ଉଇକିସୋର୍ସରେ ମାଗଣାରେ ଉପଲବ୍ଧ ହେବ ।

ଓଡିଆଲାଙ୍ଗୁଏଜ.କମର ସୁଜାତା ପଟେଲଙ୍କ କୃତ ଓପନ ଟାଇପ ଓଡ଼ିଆ ଇଉନିକୋଡ ଫଣ୍ଟ “ଓଡିଆ ଓ.ଟି ଜଗନ୍ନାଥ” ଓ.ଏଫ.ଏଲ ସ୍ଵତ୍ଵରେ ଉନ୍ମୋଚିତ ହେଇଥିଲା । ଏହା ହେଉଛି ପ୍ରଥମ ଓଡ଼ିଆ ଫଣ୍ଟ ଯାହାକୁ ଓଡ଼ିଆ ଉଇକିପିଡିଆ ସଙ୍ଘର ସକ୍ରିୟ ଯୋଗଦାନ ଦ୍ୱାରା ପ୍ରଥମ କରି ଆତ୍ମପ୍ରକାଶ କରିଛି । ଉଇକିଆଳି ମନୋଜ ସାହୁକାରଙ୍କ ନିର୍ମିତ ଏକ ନୂଆ ଓଡ଼ିଆ ଅଫଲାଇନ ଇନପୁଟ ସାଧନ “ଟାଇପଓଡ଼ିଆ (TypeOdia)” ମଧ୍ୟ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଡିଭିଡି ମାଧ୍ୟମରେ ଉକ୍ତ ଫଣ୍ଟ, ଇନପୁଟ ସାଧନ, ଓଡ଼ିଆ ଅଭିଧାନ, ମୁକ୍ତ ସଫ୍ଟ ର ଗୁଡିକ, କିଉଇକ୍ସରେ ଅଫଲାଇନ ଓଡ଼ିଆ ଉଇକିପିଡ଼ିଆ, ଉଇକିପିଡ଼ିଆ ସମ୍ପାଦନା ସହାୟକ ପୁସ୍ତିକାଉବୁଣ୍ଟୁ ଅପରେଟିଂ ସିଷ୍ଟମ ବିତରଣ କରଯାଇଥିଲା । ସକ୍ରିୟ ଉଇକିଆଳି ମୃତ୍ୟୁଞ୍ଜୟ କର ଉଦଘାଟନୀ ଅଭିଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି ତରଫରୁ ସୁଭାସିସ ପାଣିଗାହି ଓଡ଼ିଆ ଉଇକିପିଡ଼ିଆର ବାର୍ଷିକ ବିବରଣୀ ଓ ଭବିଷ୍ୟତର ଯୋଜନା ପାଠକରିଥିଲେ । ମୁଖ୍ୟ ଅତିଥି ଭାବେ ଭାଷାବିଦ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଲାଗି ହେଇଥିବା ଆପ୍ରାଣ ପ୍ରଚେଷ୍ଟା ଓ ଉଦ୍ୟମର କାହାଣୀ ବଖାଣିଥିଲେ । ପାଖପାଖି ସମସ୍ତ ଓଡ଼ିଆ ପ୍ରକାଶନ ଇଣ୍ଟରନେଟରେ ଉପଲବ୍ଧ ନଥିବାରୁ ତାହାସବୁ ସମଗ୍ର ବିଶ୍ୱରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ଏଥି ସହିତ ସେ ପୁରୁଣା ବହି ଆଉ ତାଳପତ୍ର ପୋଥି ତଥା ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜେସନ ମାଧ୍ୟମରେ ସଂରକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଫେସର ଉଦୟନାଥ ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଥିବା “ମେସିନ ଟ୍ରାନ୍ସଲେସନ” ପ୍ରକଳ୍ପର ପ୍ରକ୍ରିୟା, ପ୍ରଗତି ଓ କାର୍ଯ୍ୟକାରିତା ଉପରେ ବିବରଣୀ ଦେଇଥିଲେ ।

Odia wikipedian mrutyunjaya kar and ansuman giri on 30the march 2014.jpg

 

ଅଭିଜ୍ଞ ଉଇକିଆଳିଗଣ ଦ୍ଵିତୀୟ ଦିନ ଭୁବନେଶ୍ଵରସ୍ଥିତ କିଟ ବିଶ୍ୱବିଦ୍ୟାଳୟ ଏକ କର୍ମଶାଳାର ଆୟୋଜନ କରିଥିଲେ ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଦ୍ଵାରା ଯୋଗଦେଇଥିବା ନୂଆ ଉଇକିଆଳି ଆଇ.ଆଇ.ଏମ.ସି ଢେଙ୍କାନାଳର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଅଭିଜ୍ଞ ଉଇକିଆଳି ମୃତ୍ୟୁଞ୍ଜୟ କର ଉଇକିଡାଟା ଉପରେ ବିବରଣୀ ପ୍ରଦାନ କରିଥିଲେ ଓ ଅନ୍ୟାନ୍ୟ ଭାଷାରେ ଲେଖା ଯାଇଥିବା ଲେଖା ଓ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକୁ କିପରି ଓଡ଼ିଆ ଭାଷା ଦ୍ଵାରା ଖୋଜାଯାଇପାରିବ ସେ ଉପରେ ବିସ୍ତ୍ରୁତ ଜ୍ଞାନଦାନ କରିଥିଲେ । ଅନ୍ୟତମ ଅଭିଜ୍ଞ ଉଇକିଆଳି ଓ ପରିଚାଳକ ଅଂଶୁମାନ ଗିରି ଉଇକିପିଡ଼ିଆରେ ବ୍ୟବହୃତ ହେଉଥିବା ନୂଆ ନୂଆ ପ୍ରୟୋଗ ଓ ପ୍ରଦ୍ୟୋଗ, ଗ୍ୟାଜେଟମାନଙ୍କର ବ୍ୟବହାର, ଉପପୃଷ୍ଠାର ବ୍ୟବହାର ପ୍ରଣାଳୀ, ଅଟୋ-ଲିଷ୍ଟ ଅଭିଲେଖ ଓ ଅନ୍ୟ ଉଇକିଆଳିଙ୍କ ସହ ଭାବର ଆଦାନପ୍ରଦାନ ପାଇଁ ବ୍ୟବହୃତ ସାଧନ “ଉଇକିଲଭ”ର ବ୍ୟବହାରିକତା, ବ୍ୟବହାରକାରୀଙ୍କ ଅଧିକାରରେ ବଦଳ ଓ ମାଧ୍ୟମିକ ଆଧାର ବ୍ୟବହାର କରି ଜୀବିତ ବ୍ୟକ୍ତିଙ୍କ ଜୀବନୀ କିପରି ଲେଖାଯିବ ସେ ବିଷୟରେ କହିଥିଲେ । ଉଇକିଆଳି ଶିତିକଣ୍ଠ ଦାଶ କପିରାଇଟ , ଉଇକି କମନ୍ସରେ ଛବି ଓ ଅନ୍ୟାନ୍ୟ ଫାଇଲ ଅପ୍ଲୋଡ କରିବାରେ ଉପୁଜୁଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଉଇକିଆଳି ଡା. ସୁବାସ ଚନ୍ଦ୍ର ରାଉତ “ଉଇକିପିଡ଼ିଆରେ ପ୍ରସଙ୍ଗଭୁକ୍ତ ହେବା ନିମନ୍ତେ ଯୋଗ୍ୟତା, ଯୋଗ୍ୟ ପ୍ରସଙ୍ଗରେ ଆଧାର ପ୍ରଦାନ” ଉପରେ ଏକ ବିବରଣୀ ଦେଇଥିଲ । ଶେଷରେ ସୁଭାସିସ ପାଣିଗାହି ଚଳିତ ବର୍ଷର କାର୍ଯ୍ୟପନ୍ଥା, ବିଫଳ ହେଇଥିବା କାର୍ଯ୍ୟପ୍ରକଳ୍ପ, ସାମୁହିକ ଶିକ୍ଷା ଓ କମ୍ୟୁନିଟି ଗଠନରେ ନିୟାମକ ଗୁଡ଼ିକ ଉପରେ ଆଲୋଚନା କରିଥିଲେ ।

 
 

ଆମେ ଆଶା କରୁଛୁ ଯେ, ଅଧିକରୁ ଅଧିକ ଲେଖକ ନିଜର ବହିମାନ CC-BY-SA ଲାଇସେନ୍ସରେ ବିତରଣ କରିବା ନିମନ୍ତେ ଆଗଭର ହେବେ । ଓଡ଼ିଆ ସମାଜ ଓଡ଼ିଆ ଉଇକିପାଠାଗାର ଆସିବା ପାଇଁ ଖୁସିରେ ଚାହିଁ ବସିଛନ୍ତି । କିଛି ଆଗ୍ରହୀ ଉଇକିଆଳି ନିଜର ପ୍ରିୟ ବହି ଟାଇପ କରି ସେସବୁକୁ ଉଇକିପାଠାଗାରରେ ଉପଲବ୍ଧ କରାଇବା ନିମନ୍ତେ ମଧ୍ୟ ଅନାଇଁ ବସିଛନ୍ତି । ବୋଧହୁଏ କିସଠାରେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ଟାଇପ କରାଇବା ଓ ବନାନ ସୁଧାର ଏକ ବଡ଼ ଆହ୍ୱାନ ହେବ । CISA2Kର ଯୋଜନା ଖସଡ଼ାରେ ସମ୍ପାଦକଙ୍କ ସଂଖ୍ୟା ଅଧିକ ଲାଗୁଛି । ଛାତ୍ରମାନଙ୍କୁ ଉଇକିମିଡ଼ିଆ ବାବଦରେ ଅଧିକ ଶିଖିବାକୁ ପଡ଼ିବ ଓ ଏହା କିପରି ସାଧାରଣଭାବେ କାମ କରେ ତାହା ଜାଣିବାକୁ ପଡ଼ିବ । ଆମେ ଆଶାକରୁ କି ବହିଗୁଡ଼ିକ ଠିକଭାବେ ଡିଜିଟାଇଜ ହୋଇ ଉଇକିପାଠାଗାରକୁ ଅଧିକ ବହିରେ ସମୃଦ୍ଧ କରିବ ତଥା ଆଗାମୀ ଦିନରେ ଅଧିକରୁ ଅଧିକ ସଭ୍ୟ ଯୋଗଦାନ କରିବେ । ଜଗତସାରାର ଓଡ଼ିଆମାନଙ୍କୁ ମୋର ଅନୁରୋଧ, ସେମାନେ ଓଡ଼ିଆ ଉଇକିମିଡ଼ିଆ ସମାଜ ସହ ହାତମିଳାଇ ଓଡ଼ିଆ ଉଇକିପାଠାଗାରକୁ ଏକ ସ୍ଫଳ ପ୍ରକଳ୍ପରେ ପରିଣତ କରିବେ । ଆମେ ଆପଣଙ୍କର ବହୁମୂଲ୍ୟ ସମୟ ଲୋଡ଼ୁଁ! :-)

ଅଂଶୁମାନ ଗିରି, ଓଡ଼ିଆ ଉଇକିଆଳି